ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ୱାରା ବିଶ୍ଵ ଅଣ୍ଡା ଦିବସ ୨୦୨୩ ପାଳିତ

ବିଶ୍ଵ ଅଣ୍ଡା ଦିବସ ୨୦୨୩ ପ୍ରାଣୀ ଚିକିତ୍ସା ବିଭାଗ ରାୟଗଡା ତରଫରୁ ରାୟଗଡ଼l ଜିଲ୍ଲାର ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ହାଡିବନ୍ଧୁ ଭୋଇଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଛି। ଏହି ଉପଲକ୍ଷେ ସକାଳେ ସେବା ସମାଜ ବାଳିକା ଶିଶୁ ଯତ୍ନ ଅନୁଷ୍ଠାନ ରାୟଗଡ଼ ଏବଂ ଗୁଣୁପୁରର ଲିମାମେଡା ସ୍ଥିତ ବାଲ ନିକେତନ,ସେବା ସାମାଜ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନଙ୍କୁ ବିଭାଗ ତରଫରୁ ଅଣ୍ଡାର ଖାଦ୍ୟ ଗୁଣ ବିଷୟରେ ସଚେତନ କରାଯାଇ ସମସ୍ତଙ୍କୁ ସିଝା ଅଣ୍ଡା ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ,ଗୁଣପୁର ଡl ଆଲୋକ କୁମାର ଆଚାର୍ଯ୍ୟ, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ, ଗୁଣପୁର ଡl ରାଧେଶ୍ଯାମ ଦାଶ, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ, ପଦ୍ମପୁର ଡl ସୁକାନ୍ତ କୁମାର ସାହୁ,ଅତିରିକ୍ତ ପ୍ରାଣୀ ଚିକିତ୍ସକ,ଗୁଣପୁର ଡl ବିଷ୍ନୁ ଚରଣ ଶବର, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ,ଗୁଣପୁର ଡ। ସିଦ୍ଧାର୍ଥ ଶାବତ ସହଯୋଗ କରିଥିଲେ। ଉଗ୍ରତାରା ସରକାରୀ ଉଚ୍ଚବିଦ୍ୟାଳୟ ଏବଂ ଗୋପବନ୍ଧୁ ମୁନିସିପାଲିଟି ଉଚ୍ଚ ବିଦ୍ୟାଳୟ ରାୟଗଡ଼ର ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ର ଛାତ୍ରୀମାନଙ୍କୁ ଉତ୍ତମ ଭବିଷ୍ୟତ ପାଇଁ ଅଣ୍ଡାର ଆବଶ୍ୟକତା ବିଷୟରେ ଆଲୋଚନା ଚକ୍ରମାନ ଅନୁଷ୍ଠିତ ହୋଇଥିଲା।ଗୋପବନ୍ଧୁ ମୁନିସିପାଲିଟି ଉଚ୍ଚ ବିଦ୍ୟାଳୟ, ରାୟଗଡ ଆଲୋଚନା ଚକ୍ରରେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ବିପ୍ର ଚରଣ ବେହେରା,ଡl ନରେଶ ଚନ୍ଦ୍ର ଜେନl ଏବଂ ପ୍ରଧାନ ଶିକ୍ଷୟିତ୍ରୀ ଭାଗ ନେଇଥିଲେ। ଉଗ୍ରତାରା ସରକାରୀ ଉଚ୍ଚ ବିଦ୍ୟାଳୟ, କୁମୁଟlଲପେଟ୍ଟl ରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ରାୟଗଡ଼ ଡ଼ା ଅଶୋକ କୁମାର ବେହେରା, ଉପନିର୍ଦ୍ଦେଶକ ରାୟଗଡ ଡl ବିରଞ୍ଚି ନାରାୟଣ ମିଶ୍ର ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଂଶଗ୍ରହଣ କରି ଛାତ୍ରଛାତ୍ରୀମାନଙ୍କୁ ସୁସ୍ଥ ଭବିଷ୍ୟତ ପାଇଁ ଅଣ୍ଡାର ଭୂମିକା ବିଷୟରେ ବୁଝାଇଥିଲେ। ଅଣ୍ଡା ଏକ ଶସ୍ତା, ସୁଷମ ଓ ଉପାଦେୟ ଖାଦ୍ୟ ବୋଲି ଉପସ୍ଥିତ ଅଧକାରୀମାନେ ମତବ୍ୟକ୍ତ କରିଥିଲେ ଓ ଅଣ୍ଡାକୁ ଶିଶୁ , କିଶୋର,ବୃଦ୍ଧ ବ୍ୟକ୍ତି ଓ ରୋଗୀ ମାନଙ୍କ ପାଇଁ ବିଶେଷ ଦରକାରୀ ବୋଲି ମତ ରଖିଥିଲେ ଏବଂ ବର୍ଷକୁ ଜଣେ ବ୍ୟକ୍ତି ପ୍ରତି ୧୮୦ ଅଣ୍ଡାର ଆବଶ୍ୟକତା ଅଛି ବୋଲି ଗୁରୁତ୍ତ୍ଵ ଆରୋପ କରିଥିଲେ। ଶେଷରେ ଛାତ୍ର ଛାତ୍ରୀମାନଙ୍କୁ ଅଣ୍ଡା ରେ ପ୍ରସ୍ତୁତ ଖାଦ୍ୟ ବିତରଣ କରାଯାଇଥିଲା।
ଜିଲ୍ଲା ସ୍ତରୀୟ ବିଶ୍ଵ ଅଣ୍ଡା ଦିବସ ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଶିକ୍ଷାନୁଷ୍ଠାନର ସମ୍ମିଳନୀ କକ୍ଷରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ଡl ଦିଗାମ୍ବର ନାୟକ, ଅବସରପ୍ରାପ୍ତ ଅତିରିକ୍ତ ନିର୍ଦ୍ଦେଶକ ତଥା ବର୍ତ୍ତମାନର ବୈଷୟିକ ଉପଦେଷ୍ଟା omfed, ଭୁବନେଶ୍ବର ଯୋଗଦାନ କରିଥିଲେ। ତଥା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ,ଜିଲ୍ଲା ମତ୍ସ୍ୟ ଅଧିକାରୀ ଚୂଳକାନ୍ତି ତାଜନ ଏବଂ ପ୍ରକଳ୍ପ ପ୍ରଶାସକ,ରାୟଗଡ ଡl ଦିଲ୍ଲୀପ କୁମାର ବେହେରା ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ, ୧୦୦ ରୁ ଅଧିକ ଅଣ୍ଡାଦୀଆ କୁକୁଡ଼ା ଫାର୍ମ ଉଦ୍ୟୋଗୀ, କ୍ଷୁଦ୍ର ଅଣ୍ଡାଦୀଆ କୁକୁଡ଼ା ଚାଷୀ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଗଦାନ କରି ଜିଲ୍ଲାରେ ଅଣ୍ଡା ଉତ୍ପାଦନ ବୃଦ୍ଧି ନିମନ୍ତେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ, ସମସ୍ୟା ଏବଂ ସମ୍ଭାବନା ବିଷୟରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହ ବାର୍ତ୍ତା ବିନିମୟ କରିଥିଲେ। ରାମନlଗୁଡ଼ା ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ ଡ଼ା ପାର୍ଥ ସାରଥି ସ୍ଵାଇଁ ଅଣ୍ଡା କିପରି ସମାଜରେ ଉଭୟ ପୋଷଣ ଏବଂ ଆର୍ଥିକ ସ୍ଥିତି ସୁଦୃଢ କରି ଉତ୍ତମ ଭବିଷ୍ୟତ ଗଠନରେ ସହାୟକ ହେବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଅଲୋଚନା କରିଥିଲେ l ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ରାମନlଗୁଡ଼ା ଡା କୃଷ୍ଣlନନ୍ଦ ବେହେରା ଅଣ୍ଡାଦିଆ କୁକୁଡ଼ା ଚାଷ ପାଇଁ ନିଆଯାଉଥିବା ସରକାରୀ ପଦକ୍ଷେପ, ସମ୍ଭାବନା ଏବଂ ବର୍ତ୍ତମାନର ସ୍ଥିତି ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ। ବିଭିନ୍ନ ବିଭାଗର ସହାୟତାରେ ସମନ୍ୱିତ ହୋଇ ଜିଲ୍ଲାର ଚାଷୀମାନେ ଅଣ୍ଡାଦୀଆ କୁକୁଡ଼ା ଫାର୍ମ ପ୍ରତିଷ୍ଠା କରି ସଫଳ ହୋଇପାରିବେ ବୋଲି ସଫଳ ଉଦ୍ୟୋଗୀ କୃଷ୍ଣଚନ୍ଦ୍ର ହିଆଲ ଏବଂ ମା ଦୁର୍ଗା ସ୍ଵୟଂ ସହାୟକ ଗୋଷ୍ଠୀ, କଣ୍ଡାଜାମ୍ ର ସଭାପତି ସନ୍ତୋଷିନି କଣ୍ଡlଗରି ମତାମତ ରଖିଥିଲେ। ବିଶ୍ଵ ଅଣ୍ଡା ଦିବସ ୨୦୨୩ ଅବସରରେ ରାୟଗଡ ଜିଲ୍ଲା ର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ଏବଂ ଏଥିରେ ସନ୍ତୋଷ ଦିବାକl ପ୍ରଥମ, ଆୟୁଷ କୁମାର ପରିଡା ଦ୍ଵିତୀୟ ଓ ସିଦ୍ଧାନ୍ତ ମଣ୍ଡାଙ୍ଗି ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେl ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ବିଷମକଟକ ଡl ଚମ୍ପେଶ୍ଵର ଭର୍ତିଆ ମଞ୍ଚ ପରିଚାଳନା କରିଥିଲେl ସର୍ବଶେଷରେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା ନରେଶ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ-ନୃସିଂହ ଚରଣ ବାରିକ

Leave a Reply

Your email address will not be published. Required fields are marked *