ଜୟଦେବ ଭବନ ପରିସରରେ ପ୍ରେରଣା ଅନୁଷ୍ଠାନ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ

ଭୁବନେଶ୍ୱର – ଜୟଦେବ ଭବନ ପରିସରରେ ପ୍ରେରଣା ଅନୁଷ୍ଠାନ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ।ଓଡ଼ିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପ୍ରେରଣା ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନ ପରିସରରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ହଜାରରୁ ଅଧିକ ବୃକ୍ଷପ୍ରେମି ଯୋଗଦେଇଥିଲେ। ଅନୁଷ୍ଠାନର ଅଧକ୍ଷ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମା ପାଇଁ ଗଛ ଟିଏ ଲଗା ସ୍ଲୋଗାନ ଅନୁଯାୟୀ ବୃକ୍ଷ ରୋପଣ କରିବାକୁ ଆହ୍ବାନ କରାଯାଇଛି। ଜୀବନବ୍ୟାପୀ ବୃକ୍ଷ ରୋପଣ କରୁଥିବା କେଉଁଝର ଜିଲ୍ଲାର ରମେଶ ଚନ୍ଦ୍ର ମିଶ୍ରଙ୍କୁ ସବୁଜ ମଣିଷ ସମ୍ମାନ ପ୍ରଦାନ ସହ ଏକ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରଯାଇଥିଲା। ଏଥି ସହ ରାଜ୍ୟରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରୁଥିବା ପ୍ରାୟ 100ଜଣଙ୍କୁ ସମ୍ବର୍ଧିତ କରାଯାଇଥିଲା।