ମାନସିକ ସ୍ଵାସ୍ଥ୍ୟ ଏବଂ ମାନସିକ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଧେଶ୍ୟରେ ପ୍ରତି ବର୍ଷ ଅକ୍ଟୋବର 10 ତାରିଖ ଦିନ ବିଶ୍ଵ ମାନସିକ ଦିବସ ପାଳନ କରାଯାଇଥାଏ। ଏହି ବର୍ଷ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସର ବିଷୟ ରହିଛି mental health is a universal human right. ଏହି ଦିବସକୁ ପାଳନ କରି ଆମେ ସମଗ୍ର ମାନବ ଜାତିର ମାନସିକ ସ୍ବାସ୍ଥ୍ୟ କୁ ସୁରକ୍ଷା ପ୍ରଦାନ କରିବା ସହିତ ମାନସିକ ସୁସ୍ଥତା କୁ ଅଗ୍ରାଧିକାର ଦେଉଅଛୁ। ଏହି ଦିବସ ଉପଲକ୍ଷେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ପୁରୀ ବେଳାଭୂମି ରେ 7SVF ଅନୁଷ୍ଠାନ ର ବାଲୁକା ଶିଳ୍ପୀ ଶ୍ରୀ ଚିତ୍ତରଞ୍ଜନ ମହାନ୍ତି ଙ୍କ ଦ୍ଵାରା ଏକ ବାଲୁକା କଳା ମାଧ୍ୟମରେ ମାନସିକ ସୁସ୍ଥତା ସମ୍ବନ୍ଧୀୟ ବାର୍ତ୍ତା ଦିଆଯାଇଥିଲା। ଏହି ବାଲୁକା କଳା କୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ସୁଜାତା ମିଶ୍ର ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ମାନସିକ ବିଭାଗ ର କର୍ମକର୍ତ୍ତା ଶ୍ରୀମତୀ ଅପର୍ଣ୍ଣା ମହାନ୍ତି, ଶ୍ରୀମତୀ ଅନୁରାଧା ସ୍ୱାଇଁ ଏବଂ ଶ୍ରୀଯୁକ୍ତ ବିଶ୍ୱଜିତ୍ ମହାରଣା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *