ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ

ରାୟଗଡା ବ୍ଲକ ଅନ୍ତର୍ଗତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଜେମାଦେଇପେଣ୍ଟ, ଆନୁକୁଲ୍ୟରେ ସ୍ଥାନୀୟ ଗୋପବନ୍ଧୁ ଦ୍ଵିଭାସି ଉଚ୍ଚ ବିଦ୍ୟାଳୟ, ଜେକେପୁର ଠାରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ଜେମାଦେଇପେଣ୍ଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସଂଯୁକ୍ତା ବେହେରା ( PHEO), ଆରତୀ ଲେଙ୍କା (HWF), ସୃଷ୍ଟି ରାଣୀ ବେନୀୟା (CHO), କଲ୍ୟାଣୀ ଦାସ (ASHA) ଯୋଗ ଦେଇଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ଯୋଗଦେଇଥିଲେ। ଏହି ଅବସରରେ ପିଲାଙ୍କ ମଧ୍ୟରେ ମାନସିକ ରୋଗର ଲକ୍ଷଣ ଓ ନିରାକରଣ ବିଷୟରେ ବିଷଦ ଆଲୋଚନା ହୋଇଥିଲା। ପିଲାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ରେ ରଚନା ଲିଖନ, ଡ୍ରଇଂ, ବତକୃତା ପ୍ରଦାନ, ସ୍ଲୋଗାନ ଲିଖନ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା। କାର୍ଯ୍ଯ କ୍ରମ ପରିଚାଳନା ସହ ବିଦ୍ୟାଳୟ ତରଫରୁ ରମେଶ ଚନ୍ଦ୍ର ସାହୁଧନ୍ୟବାଦ ଅର୍ପଣ କରିଥିଲେ। ଏହି ପରି କାର୍ଯ୍ୟ କ୍ରମ ରେ ଯୋଗ ଦେଇଥିବାରୁ ପିଲାମାନେ ଖୁସି ବ୍ୟକ୍ତ କରିଥିଲେ। ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା ।