ବିଶ୍ୱ ମାତୃଭାଷା ଦିବସ ଅନୁଷ୍ଠାନ

ଆଜି ସନ୍ଧ୍ୟା ୬ ଘଟିକା ସମୟରେ ବଳଗଣ୍ଡି ଭକ୍ତ ସାଲବେଗ ସମାଧି ପୀଠରେ ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ପକ୍ଷରୁ ବିଶ୍ୱ ମାତୃଭାଷା ଦିବସ ଅନୁଷ୍ଠାନର ସଭାପତି ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ମେଳା କମିଟିର ସଂପାଦକ ଚକ୍ରଧର ମହାପାତ୍ର ଦିବସ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ଆମ ମାତୃଭାଷାର ସୁରକ୍ଷା ଓ ତହିଁରେ ଆମ କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିଥିଲେ।

ଏହି ଦିବସ ପାଳନ ଅବସରରେ ବଦ୍ରି ମିଶ୍ର, ହରିଶଙ୍କର ମିଶ୍ର, ଅଶୋକ କୁମାର ମହାନ୍ତି, ସୁରେଶ କୁମାର ପଟ୍ଟନାୟକ, ଡକ୍ଟର ଅଶୋକ କୁମାର ମହାନ୍ତି, ଡକ୍ଟର ଅଶୋକ କୁମାର ମିଶ୍ର, ଡକ୍ଟର ହେମନ୍ତ କୁମାର ଛୋଟରାୟ, ପୂଜା ପ୍ରଧାନ, ରଚିତା ରାଉତରାୟ, ଚନ୍ଦ୍ରଶେଖର ନାୟକ, ଦେବରାଜ ପ୍ରଧାନ, ଅନନ୍ତ ପ୍ରଧାନ, ଚନ୍ଦ୍ରଶେଖର ମହାରାଣା, ଚିନ୍ମୟୀ ଗଜେନ୍ଦ୍ର, ଜାନକୀ ବଲ୍ଲଭ ଦାଶ, ପ୍ରବାସିନୀ ମିଶ୍ର, କରୁଣାକର ଭୋଳ, ସହଦେବ ସାହୁ, ସୁରେନ୍ଦ୍ର ନାଥ ଗୁରୁ, ଯୋଗେଶ୍ଵର ନାୟକ, ସତ୍ୟଭାମା ନାୟକ, ଶ୍ୟାମପ୍ରକାଶ ସେନାପତି, ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗଦେଇ ନିଜ ନିଜର ମତରଖି କହିଲେ ଯେ, ଆମେ ସଚେତନ ହେଲେ ଆମ ମାତୃଭାଷା ସମୃଦ୍ଧ ହେବା ସହିତ ପ୍ରଚାର ଓ ପ୍ରସାର ହୋଇପାରିବ । ପ୍ରିୟପତ୍ର ର ସମ୍ପାଦକ ବିପିନ ବିହାରୀ ଦଳାଇ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।