ଯୁବ ଠିକାଦାର କାହ୍ନୁ ସାହୁଙ୍କୁ ଗୁଳିକାଣ୍ଡ ଘଟଣା

୪ଜଣଙ୍କୁ ଗିରଫ କଲା ପୋଲିସ, ଦାଦାବଟି ପାଇଁ ଆକ୍ରମଣ ହୋଇଥିବା ସାମ୍ବାଦିକ ସମିଳନିରେ ସୂଚନା ଦେଲେ ଢେଙ୍କାନଳ ଏସପି।କାମାକ୍ଷାନଗର୨୨-୦୬-୨୦୨୩ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଯୁବ ଠିକାଦାର କାହ୍ନୁ ସାହୁଙ୍କୁ ଗୁଳିକାଣ୍ଡ ଘଟଣା। ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କାମାକ୍ଷାନଗର ପୋଲିସ।ସାମ୍ବାଦିକ ସମିଳନିରେ ସୂଚନା ଦେଲେ ଢେ଼ଙ୍କାନାଳ ଏସପି ଜ୍ଞାନ ରଞ୍ଜନ ମହାପାତ୍ର। ଦାଦା ବଟି ଅଦାୟକୁ ନେଇ ହୋଇଥିଲା ଗୁଳିକାଣ୍ଡ ସୂଚନା ଦେଇଛନ୍ତି ଏସପି।ସୂଚନା ମୂତାବକ ଗତ ୧୪ ତାରିଖ ରାତି ପ୍ରାୟ ୧୧ଟା ସମୟରେ କାହ୍ନୁ ନିଜ କାରରେ ଘରନିକଟରେ ଫୋନରେ କଥା ହେଉଥିବା ବେଳେ ୩ ଜଣ ଦୂର୍ବୁତ୍ତ ଏକ ବାଇକରେ ଆସି ୨ରାଉଣ୍ଡ ଗୁଳି ଚଳାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।ପୋଲିସ ଏହି ଘଟଣାକୁ ଗମ୍ଭିରତାର ସହ ନେଇ ୨ଟି ଟିମ ଗଠନ କରି ଆସାମି ମାନଙ୍କୁ ଗିରଫ ପାଇଁ ଉଦ୍ୟମ ଯାରି ରଖିଥିଲେ।ତେବେ ଘଟଣାରେ ସଂପୃକ୍ତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟମାନେ ଫେରାର ଥିବା କହିଛନ୍ତି ଏସପି।ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ,୪ଟି ଜିବନ୍ତ ଗୁଳି ଓ ୪ଟି ମୋବାଇଲ ଜବତ ହୋଇଛି ।ଗିରଫ ମାନେ ହେଲେ ସୁବାସ ଖୁଣ୍ଟିଆ ,ସୁଭ୍ରାସୁଂ ନାଏକ ,ଲିପୁନ ରାଉତ ,ଅନିଲ କୁମାର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।କାହ୍ନୁଙ୍କ ଜଙ୍ଘ ଓ ହାତରେ ୨ଟି ଗୁଳି ବାଜିଥିଲା।ତେବେ ଏହାର ପୂର୍ବରୁ କାହ୍ନୁ ସାହୁଙ୍କ ଘର ଆଗରେ ଗାଡି ଉପରକୁ ବୋମା ମାଡ ଓ ଢେଙ୍କାନାଳ ପୂର୍ତ୍ତ ବିଭାଗ ଅଫିସ ସମୁଖରୁ ଗୁଳି ଫଟାଇ ଅପହରଣ ପାଇଁ ଉଦ୍ୟମ ମଧ୍ୟ କରାଯାଇଥିଲା।ତେବେ ଏହି ସମସ୍ତ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ମାନେ ସଂପୃକ୍ତ ଥିବା ସୂଚନା ଦେଇଛନ୍ତି ଏସପି କାମାକ୍ଷାନଗର ଥାନାରେ ହୋଇଥିବା ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *