ପୁରୀରେ ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା।

ପୁରୀ ଜଟିଆବାବାଜୀ ଛକରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।।ମୃତ ଯୁବକ ନରେନ୍ଦ୍ରକୋଣ ଗୋପବନ୍ଧୁ କଲୋନୀର ଲଡୁ ନାୟକ ।ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।।ଯୁବକଙ୍କ ମୁଣ୍ଡକୁ ସଣ୍ଡୁଆସି ଓ ଲୁହା ପାଇପରେ ଆଘାତ କରାଯାଇଛି।ତୁରନ୍ତ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ମୃତ ଲଡୁ ନାୟକ ଙ୍କୁ ତାଙ୍କ ପଡୋଶୀ ଏହି ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଙ୍କୁ ପୋଲିସ୍ ଅଟକ ରଖି ପଚରା ଉଚରା କରୁଚି।
ପୂର୍ବ ଶତ୍ରୁତାକୁ ନେଇ ହଠାତ୍ ଏହି ଆକ୍ରମଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଏହି ହତ୍ୟାକାଣ୍ଡ ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଭୟର ବାତାବରଣ ଖେଳିଯାଇଛି। ଉତ୍ତେଜାନା ସୃଷ୍ଟି ହେବା ଆଶଙ୍କା ରେ ସ୍ଥାନୀୟ ଅଞ୍ଚଳ ରେ ପୋଲିସ୍ ମୁତୟନ କରାଯାଇଚି। ସେପଟେ ପୁରୀ ସିଟି ଡିଏସପି କହିଚନ୍ତି ଘଟଣା ସ୍ଥଳ କୁ ଯାଇ ପୋଲିସ୍ ଘଟଣା ର ଅନୁସନ୍ଧାନ କରୁଚି। ହତ୍ୟାକାଣ୍ଡ ର କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।