ବିଦ୍ୟୁତ୍ ଆଘାତରେ ଯୁବକ ଗୁରୁତର,ମେଡ଼ିକାଲରେ ଭର୍ତ୍ତି

ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଗାଇଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଦ୍ୟୁତ୍ ଆଘାତରେ ଜଣେ ଯୁବକ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ଯୁବକ ଜଣଙ୍କ ହେଲେ ସନାତନ ପାଇକ ବୟସ ୨୨ ବର୍ଷ ତାଙ୍କ ଘର ଗାଇଡ଼ା ଗ୍ରାମ ବୋଲି ସୂଚନା ମିଳିଛି । ତେବେ ସୂଚନା ଅନୁସାରେ ସନାତନ ପାଇକଙ୍କ ଘର ଛାତ କାମ ଚାଲୁଥିଲା ସନାତନ ପାଇକ ଛାତରେ କାମ କରୁଥିଲେ ହେଲେ କାମ କରୁଥିବା ସମୟରେ ଛାତ ଉପରେ ବିଦ୍ୟୁତ୍ ତାର ଯାଇଥିଲା ତେବେ ସନାତନ ପାଇକ ଅଜାଣତରେ ଏକ ଲୁହା ରଡ଼ ଉପରକୁ ଟେକିଦେଇଥିଲେ ଯାହାଫଳରେ ସନାତନ ପାଇକ ଙ୍କୁ ବିଦ୍ୟୁତ୍ ଲାଗି ଝଟକା ଦେଇଥିଲା ଫଳରେ ସନାତନ ପାଇକ ଛାତ ରୁ ତଳକୁ ପଡ଼ି ଗୁରୁତର ହୋଇଥିଲେ । ତେବେ ଘଟଣାରେ ଘର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ ହେଲେ ସେଠାରେ ତାଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।