ଯୁବ ସମାଜସେବୀ ଗନ୍ଧମାର୍ଦନ ସେଠୀ ହେଲେ ବିଜେପି ଏ.ସି ମୋର୍ଚ୍ଚା ଘୁମୁସର ଜିଲ୍ଲା ସଭାପତି

ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀର ପୋଲସରା ନିଜସ୍ବ ବିଜେପି କାର୍ଯାଳୟରେ ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବିରଞ୍ଚିପୁର ପଞ୍ଚାୟତ ଅନ୍ତର୍ଗତ ବି.ବ୍ରହ୍ମପୁର ଗ୍ରାମର ଯୁବ ସମାଜସେବୀ ଗନ୍ଧମାର୍ଦନ ସେଠୀଙ୍କୁ ବିଜେପିର ଏ.ସି ମୋର୍ଚ୍ଚା ଘୁମୁସର ଜିଲ୍ଲା ସଭାପତି ରୂପେ ମନୋନୀତ କରି ତାଙ୍କରି ଦଳୀୟ ଚିଠି ପ୍ରଦାନ କରାଯିବା ସହ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଉଲ୍ଲେଖଯୋଗ୍ଯ ଯେ-ଶ୍ରୀଯୁକ୍ତ ସେଠୀ ଅଞ୍ଚଳର ଜଣେ ନିଃସ୍ବାର୍ଥପର ଜଣାଶୁଣା ଯୁବ ସମାଜସେବୀ ଏବଂ ଚଳିତ ବର୍ଷ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତାଙ୍କର ଧର୍ମପତ୍ନୀ ନିଜ ବିରଞ୍ଚିପୁର ପଞ୍ଚାୟତରେ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥିନୀ ରୂପେ ପ୍ରତିଦ୍ବନ୍ଦିତା କରି ପରାଜୟ ସ୍ବୀକାର କରିଥିଲେ। ଏହି ଅବସରରେ ଘୁମୁସର ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା,ଆସିକା ସଂସଦ ପ୍ରାର୍ଥୀ ମହେଶ ମହାନ୍ତି,ଆସିକା ପୂର୍ବତନ ବିଧାୟକ ଦେବରାଜ ମହାନ୍ତି,ସୋରଡ଼ାରୁ ନୀଳମଣି ବିଶୋୟୀ,ଭଞ୍ଜନଗରରୁ ପ୍ରଦ୍ୟୁମ୍ନ ନାୟକଙ୍କ ସମେତ ଘୁମୁସର ଜିଲ୍ଲାର ସମସ୍ତ ଦଳୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡା, ତୀର୍ଥକ୍ଷେତ୍ର

Leave a Reply

Your email address will not be published. Required fields are marked *