ଦୁର୍ଘଟଣା ରେ ଯୁବତୀ ମୃତ ଯୁବକ ଗୁରୁତର
![](https://teerthkhetra.com/wp-content/uploads/2022/08/WhatsApp-Image-2022-08-09-at-8.05.07-PM.jpeg)
09-08-2022 : ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଏକ ମଟର ସାଇକେଲ ରେ ଯୁବକ ଓ ଯୁବତୀ ଦୁଇ ଜଣ ଆସିଥିବା ବେଳେ ଆଖଣ୍ଡଳମଣୀ ଙ୍କ ଦର୍ଶନ ସାରି ଫେରିଥିବା ସମୟରେ ଆଖଣ୍ଡଳମଣୀ ରୁ ଭଦ୍ରକ ମୁଖ୍ୟ ରାସ୍ତା ର କୁଳେଇପଦା ହନୁମାନ ଛକ ନିକଟରେ ଆଖଣ୍ଡଳମଣି ଅଭିମୁଖେ ଆସୁଥିବା ଗେଲେଶ୍ବର ନାମକ ଏକ ଯାତ୍ରୀ ବାହୀ ବସ୍ ସହ ମଟର ସାଇକେଲରେ ଯାଉ ଥିବା ଯୁବକ ଓ ଯୁବତୀ ଙ୍କ ସହିତ ଧକ୍କା ହୋଇଥିଲା ଘଟଣା ସ୍ଥଳରେ ଯୁବତୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଓ ଆରଡି ପୋଲିସ ସହାୟତାରେ ଏକ ଆମ୍ବୁଲାନ୍ସ ଦ୍ବାରା ଭଦ୍ରକ ମେଡିକାଲ କୁ ପଠାଇଥିଲେ ଯୁବକଙ୍କ ଘର ଯାଜପୁର ଜିଲ୍ଲା ଅନ୍ତର୍ଗତ ମୁରାରୀ ପୁର ଗ୍ରାମର ଏମସାଇ ଦତ ହୋଇଥିବା ବେଳେ ଯୁବତୀଙ୍କ ଘର ଭଦ୍ରକ ଜିଲ୍ଲା ଅନ୍ତର୍ଗତ କାଶିମପୁର ର ଅଶୁପା ନାୟକ ବୋଲି ଜାଣିବାକୁ ମିଳିଛି।
ପୁନିଲ କୁମାର ସାମନ୍ତ, ଭଦ୍ରକ, ତୀର୍ଥକ୍ଷେତ୍ର