ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା

ସିଂଲା ଥାନା ଅଞ୍ଚଳରେ ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।ସୂଚନାରୁ ପ୍ରକାଶ ଯେ ବାଲେଶ୍ବର ଜିଲ୍ଲା ସିଂଲା ଥାନା ସିଂଲା ପଞ୍ଚାୟତ ଅନ୍ତର୍ଗତ ଦନେଇପୁର ଗ୍ରାମ ର ଗିରିଧାରି ବେହେରାଙ୍କ ପୁଅ କିଶୋର ବେହେରା ।ସେ ଗତକାଲି ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଘରୁ ବାହାରି କେଉଁଆଡେ ଯାଇଥିଲା ।ବିଳମ୍ବିତ ରାତି ପର୍ଯ୍ୟନ୍ତ ପରିବାର ଲୋକେ ତାଙ୍କୁ ଅପେକ୍ଷା କରିଥିଲେ ସେ ଘର କୁ ନ ଫେରିବାରୁ ଗ୍ରାମ ତଥା ବନ୍ଧୁବାନ୍ଧବ ଚାରିଆଡେ ଖୋଜାଖୋଜି କରିଥିଲେ କିନ୍ତୁ ତାଙ୍କୁ କଉଠୁ ବି ପାଇ ନଥିଲେ ଆଜି ସକାଳେ ଗ୍ରାମ ବାସୀ ବିଲକୁ ଯିବାବେଳେ ବିଲଲେ ପଡ଼ିଥିବା ଦେଖି ତାଙ୍କ ଘରକୁ ଜଣେଇଥିଲେ ।ପରିବାର ଲୋକେ ସେଠାରେ ତାଙ୍କୁ ମୃତ ଅବସ୍ଥାରେ ଦେଖି ଥାନାକୁ ଜଣାଇ ଥିଲେ ।ଖବର ପାଇ ପୁଲିସ ଘଟଣା ସ୍ଥଳ ରେ ପହଞ୍ଚି ଶବ ଜବତ କରିବା ସହିତ ସେଠାରୁ ଗୋଟିଏ ବିଷ ବୋତଲ ଓ ମାଜା ବୋତଲ ଜବତ କରିଛନ୍ତି ।ଶବ କୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ କେଶ ନଂ-୧୧/୨୩ ମୂଳେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।
ରିପୋର୍ଟ- ବିଷ୍ଣୁପଦ ପତି, ବସ୍ତା।