ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟ ରେ ଯୁବ ବିକାଶ ନବୀନ ଓଡିଶା ର ଯୌତୁକ ପ୍ରଥା ସାମାଜିକ ସଚେତନ ଅଭିଯାନ

ପୁରୁଣାବଜାର ସ୍ଥିତ ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟର ଯୁବ ବିକାଶ ଓ ନବୀନ ଓଡିଶା ସାମାଜିକ ଯୌତୁକ ପ୍ରଥା ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡଃ ,ନିତ୍ୟାନନ୍ଦ ମିଶ୍ର ଙ୍କ ପୌରହିତ ରେ ଅନୁଷ୍ଠିତ ହୋଇଯାଇଛି ଉକ୍ତ ସଭା ରେ ଭଦ୍ରକ ଲୋକସଂପର୍କ ଅଧିକାରୀ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ନାୟକ, ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଯୌତୁକ ପ୍ରଥା ଏକ ସାମାଜିକ ବ୍ୟାଧି,ଯଦି ଯୌତୁକ ପ୍ରଥା କୁ ସମାଜ ରୁ ଦୂରେଇ ଦେବା ତାହାହେଲେ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ଅନ୍ୟତମ ମୁଖ୍ଯ ବକ୍ତା ଭାବେ ଭଦ୍ରକ ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧକ୍ଷତା ତଥା ସମାଜ ସେବୀ ଡଃ,ରାଧାରାଣୀ ମହାପାତ୍ର, ଯୋଗ ଦେଇ କହିଥିଲେ ଗୁରୁ ସମାଜ ସାକ୍ଷର ହେବା ସଂଙ୍ଗେ ସଂଙ୍ଗେ ଲୋଭ ମହୋ କୁ ପରିତ୍ଯାଗ କଲେ ଯୌତୁକ ପ୍ରଥା ଉଚ୍ଛେଦ ହୋଇପାରିବ ବୋଲି ଆଲୋକପାତ କରିଥିଲେ ଉକ୍ତ କାର୍ଯ୍ୟକ୍ରମ ର ନୋଡାଲ ଅଫିସର ଶୁକଦେବ ପଣ୍ଡା,ସଭାର ଆଭିମୁଖ୍ଯ ପ୍ରଦାନ କରିଥିଲେ ପଣ୍ଡିତ ମଧୁସୂଦନ ତ୍ରୀପାଠୀ ବେଦ ପାଠ କରିଥିବା ବେଳେ ଶ୍ରୀ ଯୁକ୍ତ ଅକ୍ଷୟ କୁମାର ପାଣିଗ୍ରାହୀ ସ୍ବାଗତ ଭାଷଣ ଓ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଉକ୍ତ ସଭା ରେ ଡଃ,ପ୍ରମୋଦ କୁମାର ନାୟକ,ମଞ୍ଜୁଲତା ମହାପାତ୍ର ,ରଘୁନାଥ ବାରିକ ଓ ଗୌରାଙ୍ଗ ଦାସ ପ୍ରମୁଖ ଯୋଗ ଦେଇଥିଲେ ପରିଶେଷରେ ଡଃ କୃପାସିନ୍ଧୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ

Punil Kumar Samanta reporter

Leave a Reply

Your email address will not be published. Required fields are marked *