ଯୁବ ବିକାଶ କାର୍ଯ୍ୟକ୍ରମ

ଯୁବ ବିକାଶ କାର୍ଯ୍ୟକ୍ରମ କନ୍ତିଆ ପଞ୍ଚାୟତ ଅନ୍ତର୍ଗତ ଶ୍ରୀ ସୋମନାଥ ବାଲୁଙ୍କେଶ୍ଵର ଦେବ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ।ଜଟଣୀ ପଞ୍ଚାୟତ ସମିତିର କନ୍ତିଆ ପଞ୍ଚାୟତ ଅନ୍ତର୍ଗତ ଶ୍ରୀ ସୋମନାଥ ବାଲୁଙ୍କେଶ୍ଵର ଦେବ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟୋଜିତ ସମନ୍ବିତ ଯୁବ ବିକାଶ ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର +୨ ବିଭାଗ ଅଧକ୍ଷ ସତ୍ୟବ୍ରତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କ୍ରୀଡା, ସଂସ୍କୃତି ଓ ସାମାଜିକ ବିକାଶ ଉପରେ ଆଲୋକପାତ କରାଯାଇଥିଲା ।

ନୋଡାଲ ଅଫିସର ଅଧ୍ୟାପକ ଦୀନବନ୍ଧୁ ଲାଠି ଶିକ୍ଷାଲାଭ କରୁଥିବା ଛାତ୍ରୀମାନଙ୍କୁ ଏହି କାର୍ଯ୍ୟକ୍ରମ ଜରିଆରେଯୁବ ବିକାଶ ଉପରେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ସୌଦାମିନୀ ବେହେରା, ମଞ୍ଜୁଲତା ସାହୁ, ଇତିଶ୍ରୀ ଜେନା, ସ୍ନେହଲତା ସେନାପତି, ନମିତା ବେହେରା, ସୁଶାନ୍ତ ରାଉତ, ସୁଶାନ୍ତ ସାମନ୍ତରାୟ, ଦିଲ୍ଲୀପ କୁମାର ଜେନାଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମରୀମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ।