ନିଶା ନିବାରଣ କେନ୍ଦ୍ର ରେ ଥିବା ଯୁବକ, ସନ୍ଦେହ ଜନକ ମୄତ

ପୁରୀ ସିଟି ରୋଡ଼ ସ୍ଥିତ ଡି ଜଗନ୍ନାଥ ରାଓ ଙ୍କ ପୁଅ ଡି ରାମମୂର୍ତ୍ତି ରାଓ ଙ୍କୁ ମଙ୍ଗରାଜ ପୁର (ବଟଗାଁ)ସ୍ଥିତ ନିଶା ନିବାରଣ କେନ୍ଦ୍ର ରେ ଭର୍ତି କରିଥିଲେ ଆଜି ହଟାତ ନିଶା ନିବାରଣ କେନ୍ଦ୍ର ରୁ ଡି ଜଗନ୍ନାଥ ରାଓ ଙ୍କ ପାଖକୁ ଫୋନ କଲ ଆସିଲା ଆପଣଙ୍କ ପୁଅ ଙ୍କୁ ପୁରୀ ମେଡିକାଲ ରେ ଆଡମିଟ କରାଯାଇଛି, ଡି ରାମମୂର୍ତ୍ତି ଙ୍କ ପରିବାର ମେଡିକାଲ ରେ ପହଞ୍ଚି ସମସ୍ତ ୱାର୍ଡ ଖୋଜି ନ ପାଇ ଶେଷରେ ପୋଷ୍ଟ ମଟମ ରୁମ ସାମ୍ନାରେ ପୁଅର ଶବ କୁ ପାଇଥିଲେ,,ନିଶା ନିବାରଣ କେନ୍ଦ୍ର ରେ ପଚାରିବାରୁ ସେମାନେ କିଛି ଜାଣି ନାହାନ୍ତି ବୋଲି କହିଥିଲେ, ନିଶନିବାରଣ କେନ୍ଦ୍ର ର cc tv ପୁଟେଜ ରୁ , ପୁଅର ହାତ ଗୋଡ଼ ବାନ୍ଧି ରଖିଥିବା ଭିଡ଼ିଓ ଦେଖିବାକୁ ମିଳିଥିଲା,, ସାହି ବାସିନ୍ଦା ଏକାଠି ହୋଇ ସମୁଦ୍ର କୁଳ ଥାନା ରେ ଲିଖିତ ଅଭିଯୋଗ କରି ଦୋଷୀ କୁ ଦଣ୍ଡ, ଓ ପୁଅକୁ ନ୍ୟାୟ ପାଇଁ ପୁରୀ sp ଅଫିସ ସାମ୍ନା ରେ ସାହି ବାସିନ୍ଦା ଧାରଣା ରେ ବସିଥିଲେ ct dsp ଆସି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ଦୋଷୀକୁ ଦଣ୍ଡ ଦିଆଯିବ ବୋଲି କହିବା ପରେ ସାହି ବାସିନ୍ଦା ଧାରଣା ରୁ ଉଠିଥିଲେ l