ପୌରପାଳିକାରେ ଯୁବ ଓଡିଶା ନବୀନ ଓଡିଶା ପ୍ରସ୍ତୁତି ବୈଠକ

ପୁରୀ ୧୮/୧୨ ପୁରୀ ପୌରାଞ୍ଚଳରେ ଯୁବ ଓଡିଶା ନବୀନ ଓଡିଶା ଯୋଜନା ର ସଫଳ ରୂପାୟନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଥିଲା। ପୌର ପରିଷଦର ସ୍ୱାସ୍ଥ୍ୟ କାର୍ଯ୍ୟାଳୟରେ ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ।ଏହା ପିଲା ମାନଙ୍କ ପ୍ରତିଭା ଚୟନର ଏକ ବଡ ପ୍ଲାଟଫର୍ମ ।ପିଲା ମାନଙ୍କ କ୍ୟାରିଅର ପାଇଁ ଏହା ଏକ ସୁନ୍ଦର ପ୍ରୟାସ।ତେଣୁ ଏହାକୁ ଶୃଙ୍ଖଳା ର ସହ ଆୟୋଜନ ପାଇଁ ପ୍ରତ୍ୟେକ ସହଯୋଗ କରିବାକୁ ଶ୍ରୀ ସ୍ୱାଇଁ ଅନୁରୋଧ କରିଥିଲେ।

ପ୍ରାରମ୍ଭରେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ ଓ ଯୋଜନାର ରୂପରେଖ ସମ୍ପର୍କରେ ଅବଗତ କରାଇଥିଲେ।କ୍ରୀଡା, ସଂସ୍କୃତି ଓ ସାମାଜିକ ପଦକ୍ଷେପ ସମ୍ପର୍କରେ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତା ପାଇଁ ପ୍ରତିଯୋଗୀ ମାନେ ନାମ ପଞ୍ଜିକରଣ କରିସାରିଛନ୍ତି।ତେଣୁ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା କରି ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯିବ।ଏଥିପାଇଁ ପ୍ରତିଯୋଗିତା ସୂଚୀ ଚୁଡାନ୍ତ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗର ଅଧିକାରୀ, ଶିକ୍ଷାନୁଷ୍ଠାନ ର କ୍ରୀଡା ଶିକ୍ଷକ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *