ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ମହିଳ ସ୍ଥିତ ଉତ୍କଳ ଭାରତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆମ ଓଡ଼ିଶା ନବୀନ ଓଡିଶା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ।ଅଧ୍ୟକ୍ଷ ଦୀପକ କୁମାର ନାଥଶର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବରେ ତିର୍ତ୍ତୋଲ ବ୍ଲକ ଉପାଧ୍ୟକ୍ଷା ସଂଧ୍ୟାରାଣୀ ମହାନ୍ତି ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ।ଯୁବକ ଯୁବତୀ ମାନଙ୍କ ମଧ୍ୟରେ ରହିଥିବା ଲୁକାୟିତ ପ୍ରତିଭାର ପରିସ୍ପୁଟନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ଅତିଥିମାନେ କହିଥିଲେ ।ଏହି କାର୍ଯ୍ୟକ୍ରମରେ ଯୁବକ ଯୁବତୀମାନେ ନୃତ୍ୟ,ସଙ୍ଗୀତ,ଚିତ୍ରକଳା,କ୍ରୀଡା,ସାମାଜିକ କାର୍ଯ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ନିଜର ପରାକାଷ୍ଠା ଦେଖାଇ ଆଗକୁ ଯାଇପାରିବେ ବୋଲି ଅତିଥି ମାନେ କହିଥିଲେ ।ଏହି କାର୍ଯ୍ୟକ୍ରମକୁ ନୋଡାଲ ଅଫିସର ଅଧ୍ୟାପକ ବ୍ରଜ କିଶୋର ସ୍ବାଇଁ, ଅଧ୍ୟାପକ ଡକ୍ଟର ସୁଧୀର କୁମାର ମହାନ୍ତି,ସନ୍ତୋଷ କୁମାର କାନୁନଗୋ,ସୁଶାନ୍ତ କୁମାର ସାହୁ,ପ୍ରବୀଣ କୁମାର ମହାନ୍ତି,ସୁରେଶ କୁମାର ନାୟକ ପ୍ରମୁଖ ପରିଚାଳନା କରିଥିଲେ ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *