ୟୁକ୍ରେନ ଆସିବାକୁ ମୋଦିଙ୍କୁ ଆମନ୍ତ୍ରଣ କଲେ ଜେଲେନସ୍କି

ହିରୋଶିମା,୨୧।୫: ଜାପାନର ହିରୋଶିମାରେ ଆୟୋଜିତ ହୋଇଥିବା ଜି-୭ ଶିଖ ସମ୍ମିଳନୀରେ ଯୋଗ ଦେବାକୁ ବହୁ ଦେଶଣ ରାଷ୍ଟ୍ରମୁଖ୍ୟମାନେ ଆସିଥିଲେ। ପ୍ରଧାନମନ୍ତ୍ରୀ ମୋଦି ବି ଏହି ବୈଠକରେ ଯୋଗ ଦେଇଥିଲେ। ସେଠାରେ ମୋଦିଙ୍କର କ୍ୱାଡ ନେତାଙ୍କ ସହ ସାକ୍ଷାତ ହୋଇଥିଲା। ଏହି ସମୟରେ ମୋଦି ୟୁକ୍ରେନ୍‌ ରାଷ୍ଟପତି ଭୋଲୋଡେମିର ଜେଲେନସ୍କିଙ୍କୁ ଭେଟିଥିଲେ। କିଛି ସମୟର କଥାବାର୍ତ୍ତା ପରେ ଜେଲେନସ୍କି ୟୁକ୍ରେନ୍‌ ଆସିବାକୁ ମୋଦିଙ୍କୁ ଆମନ୍ତ୍ରଣ କରିଥିଲେ।
ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି ମୋଦିଙ୍କ ସହ ସାକ୍ଷାତ୍‌ କରିବା ପରେ ଟୁଇଟ କରି ଲେଖିଛନ୍ତି, ମୁଁ ଜାପାନରେ ଭାରତର ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କଲି, ମୁଁ ତାଙ୍କୁ ୟୁକ୍ରେନ୍‌ ଶାନ୍ତି ସୂତ୍ର ବିଷରେ ବିସ୍ତାର ଭାବେ କହିଲି, ଏହି କାର୍ଯ୍ୟରେ ଭାରତକୁ ସାମିଲ ହେବାକୁ ନିମନ୍ତ୍ରଣ କଲି।

ଜେଲେନସ୍କି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯୁଦ୍ଧବିହୀନ ଦେଶ ପରିଦର୍ଶନ କରିବାକୁ ନିମନ୍ତ୍ରଣ କରିଥିଲେ। ଏହି ସମୟରେ ରୁଷିଆର ସେନା ଆକ୍ରମଣ ସହିତ ୟୁକ୍ରେନ ସଂଘର୍ଷ କରୁଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ବୈଦେଶିକ ସଚିବ ବିନୟ ମୋହନ କ୍ୱାତ୍ରା କହିଛନ୍ତି ଯେ ୟୁକ୍ରେନ ଗସ୍ତ ପାଇଁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି।

ଏଥି ସହିତ ୟୁକ୍ରେନର ରାଷ୍ଟ୍ରପତି ମଧ୍ୟ ୟୁକ୍ରେନକୁ ମାନବିକ ସହାୟତା ପ୍ରଦାନ କରିଥିବାରୁ ଭାରତକୁ ଧନ୍ୟବାଦ ଜଣାଇଛନ୍ତି। ଜେଲେନସ୍କି କହିଛନ୍ତି ଯେ ଏହି ଯୁଦ୍ଧ ଅନେକ ପ୍ରକାରର ସଙ୍କଟ ଏବଂ ଯନ୍ତ୍ରଣା ଆଣିଛି, ଯେଉଁଥିରେ ପିଲାମାନେ ଭୂମିହୀନ, ଖଣି, ସହରଗୁଡ଼ିକୁ ଧ୍ୱଂସ କରିଦିଆଯାଇଛି।

Leave a Reply

Your email address will not be published. Required fields are marked *