ଋଷିଆ ସମ୍ପତ୍ତି ଜବତ କରିବାକୁ ବିଶ୍ୱବ୍ୟାଙ୍କକୁ ଅନୁରୋଧ କଲେ ଜେଲେନସ୍କି

କିଭ,୧୩।୪ : ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆଇଏମଏଫ ଏବଂ ବିଶ୍ୱବ୍ୟାଙ୍କର ମୁଖ୍ୟମାନଙ୍କୁ ୟୁକ୍ରେନକୁ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ସାରା ବିଶ୍ୱରେ କାର୍ଯ୍ୟ କରୁଥିବା ରୁଷିଆର ସେଣ୍ଟ୍ରାଲ ବ୍ୟାଙ୍କର ସମ୍ପତ୍ତି ଜବତ କରାଯିବା ଉଚିତ। ଏଥି ସହିତ, ଏହାକୁ ୟୁକ୍ରେନର ପୁନଃନିର୍ମାଣ ପାଇଁ ବ୍ୟବହାର କରାଯିବା ଉଚିତ।

ସେ ଏକ ଭିଡିଓ ଲିଙ୍କ ମାଧ୍ୟମରେ କହିଛନ୍ତି ରୁଷିଆ ଯେପରି ୟୁକ୍ରେନକୁ କ୍ଷତି ପହଞ୍ଚାଇଛି, ଏହାର ଆକ୍ରୋଶ ପାଇଁ ଏହାର ସମ୍ପୂର୍ଣ୍ଣ ମୂଲ୍ୟ ଦେବାକୁ ପଡିବ। ଏଥି ସହିତ ସେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଏବଂ ବିଶ୍ୱ ବ୍ୟାଙ୍କ ଦ୍ୱାରା ଆୟୋଜିତ ଏକ ଭର୍ଚୁଆଲ ରାଉଣ୍ଡ ଟେବୁଲ ସମ୍ମିଳନୀରେ ନିହତ ସୈନିକଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ।

Leave a Reply

Your email address will not be published. Required fields are marked *