ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଇକିଆ, ତାରିଖ 19/12/23 କଂଧମାଳ ଜିଲ୍ଲା ରାଇକିଆ ବ୍ଲକ ଠାରେ ରାଇକିଆ ବଣିକ ସଂଘ ସଭାପତି ପଦ୍ମ ଲୋଚନ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ସରକାର ଙ୍କ ନିର୍ଦ୍ଧେଶ କ୍ରମେ ଡିସେମ୍ବର 1 ତାରିଖ ଠାରୁ ଡିସେମ୍ବର 7 ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟ ରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନ କରିବା ସକାଶେ ନିଷ୍ପତି ନିଆ ଯାଇ ଥିଲା।ଉକ୍ତ ପ୍ରସଙ୍ଗ ରେ ରାଇକିଆ ବଣିକ ସଂଘ ସଡକ ସୁରକ୍ଷା କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଆଜି ସକାଳୁ ସକାଳୁ ବଣିକ ସଂଘ ସଭାପତି ଙ୍କ ଅଧ୍ୟକ୍ଷତା ରେ ବଣିକ ସଂଘ ର କାର୍ଯ୍ୟକର୍ତ୍ତା ଙ୍କ ସହଯୋଗ ରେ ରାଇକିଆ ଥାନା ସମ୍ମୁଖରେ ବିଭିନ୍ନ 2 ଚକିଆ ଯାନ ଓ ଚାରି ଚକିଆ ଯାନ ଗୁଡିକୁ ଅଟକାଇ ହେଲମେଟ ଓ ସିଟ୍ ବେଲ୍ଟ ବାନ୍ଧିବା ସକାଶେ ଚାଲକ ମାନକୁ ଅନୁରୋଧ କରିବା ସହିତ ଏହା ପିନ୍ଧିବା ଦ୍ବରା କଣ ଉପକାର ହୋଇ ପାରିବ ଆଉ ଯଦି ଆମେ ଏହା କୁ ହେୟ ଭାବି ହତାଦର କରିବା ତେବେ କଣ ଅପକାର ହେବ ତାହା ଉପରେ ପ୍ରାଞ୍ଜଳ ଭାବେ ଚାଲକ ମାନକୁ ବୁଝାଇ ଥିଲେ।